ଟି-୨୦ ବିଶ୍ୱକପ୍ ଫାଇନାଲ୍: ୮୨.୧ କୋଟି ଲାଇଭ୍ ଭ୍ୟୁଜ୍ ସହ ରଚିଲା ନୂଆ ଇତିହାସ !
ଅହମ୍ମଦାବାଦ: କ୍ରିକେଟ ଜଗତରେ ପୁଣିଥରେ ଭାରତର ଦବଦବା । ଅହମ୍ମଦାବାଦରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ କେବଳ ପଡ଼ିଆରେ ନୁହେଁ, ବରଂ ଡିଜିଟାଲ୍ ଦୁନିଆରେ ମଧ୍ୟ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ଚୁରମାର୍ କରିଦେଇଛି । ଏହି ମ୍ୟାଚ୍କୁ ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ଜିଓ ହଟଷ୍ଟାର୍ (Jio Hotstar)ରେ ଏକାସଙ୍ଗେ କୋଟି କୋଟି ଦର୍ଶକ ଦେଖି ଏକ ବିଶ୍ୱସ୍ତରୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।
ଜିଓ ହଟଷ୍ଟାରରେ ରେକର୍ଡ ସଂଖ୍ୟକ ଦର୍ଶକ